ଜଳ ହିଁ ଜୀବନ - ହାସ୍ୟମୟୀ ରାଜ୍




ଜଳ ସ୍ଥଳ ବାୟୁ ଜଡରୁ ଜୀବନ

ଶ୍ଯାମଳିମା ବନ କାନନ

ଘେରି ରହିଛି ଏ ଅନନ୍ତ ପ୍ରକୃତି

ଭରୁଛି ସଭିଙ୍କ ମନ , 

ଜଳ ହିଁ ଆମ ଜୀବନ ।।


ଦେଇଛି ଏ ପ୍ରାଣ ଗଢିଛି ଏ ପିଣ୍ଡ

ଅସୀମ ତାହାର ଦାନ

ପୃଥିବୀର ଚାରିପଟେ ଆବୋରିଛି

ତିନି ଭାଗ ତାର ସ୍ଥାନ , 

ଜଳ ହିଁ ଆମ ଜୀବନ ।।


ସ୍ବଚ୍ଛ ସୁନ୍ଦର କାଚକେନ୍ଦୁ ରୂପ

ଚହଲାଏ ସମୀରଣ 

ତରଙ୍ଗାୟିତ ତା ବକ୍ଷ ତାହାର

ଖେଳାଏ ଯେ ସିହଁରଣ,

ଜଳ ହିଁ ଆମ ଜୀବନ ।। 


ସ୍ରୁଷ୍ଟି ବି ତୋଳେ ସଂହାର ବି ରଚେ

କଳ କଳ ତାର ସ୍ଵନ

କେବେ ଛନ୍ଦମୟୀ ଛଳ ଛଳ ତନୁ

ବଢାଏ ହୃଦ ସ୍ପନ୍ଦନ, 

ଜଳ ହିଁ ଆମ ଜୀବନ ।। 


ଶୀତଳତା ତାର ପ୍ରୀତିର ପରଶ

ହରେ ମନ ପଦ୍ମବନ

ସୁରକ୍ଷା ତାହାର ଆମରି ହାତରେ

ଆମପାଇଁ ମୂଲ୍ୟବାନ,

ଜଳ ହିଁ ଆମ ଜୀବନ  ।।



ହାସ୍ୟମୟୀ ରାଜ୍

ଓରାଳି, ହାଟଡିହି, କେନ୍ଦୁଝର ।

Post a Comment

0 Comments